ଭାରତୀୟ ସେନାବାହିନୀ ପରାକ୍ରମର ସ୍ମୃତିରେ 'ମୁସଲିମ କମ୍ୟୁନିଟି ଅଫ ବାଲେଶ୍ୱର' ପକ୍ଷରୁ ମେଗା ରକ୍ତଦାନ ଶିବିର

ବାଲେଶ୍ୱର(ଶେଖ୍ ନଜିମ୍): ଦେଶର ସାମରିକ ବାହିନୀ ପରାକ୍ରମର ସ୍ମୃତିରେ ଆଜି ମୁସଲିମ କମ୍ୟୁନିଟି ଅଫ ବାଲେଶ୍ୱର ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। କର୍ଣ୍ଣେଲ ଇମରାନ ଖାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ସମ୍ପ୍ରତି ବାଲେଶ୍ୱର ଜିଲ୍ଲାରେ ଦେଖାଦେଉଥିବା ରକ୍ତର ଅଭାବ ପୂରଣରେ ମୁସଲିମ କମ୍ୟୁନିଟି ଅଫ ବାଲେଶ୍ୱର ଭଳି ସଂଗଠନର ପ୍ରୟାସ ବେଶ ପ୍ରଶଂସନୀୟ ତଥା ପ୍ରେରଣାଦାୟୀ ବୋଲି ସେ କହିଥିଲେ। ସମ୍ପ୍ରତି ଦେଶରେ ଆତଙ୍କବାଦୀ ମାନେ ଭାଇଚାରା ନଷ୍ଟ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ସଫଳ ହେବ ନାହିଁ । ସଂଗଠନର ଏଭଳି ପଦକ୍ଷେପ ଭାଇଚାରା କୁ ଅଧିକ ସୁଦୃଢ଼ କରିବାରେ ବେଶ ସହାୟକ ହୋଇପାରିଛି ବୋଲି ମୁଖ୍ୟ ଅତିଥି କର୍ଣ୍ଣେଲ ଇମ୍ରାନ ଖାଁ ଉଲ୍ଲେଖ କରିଥିଲେ।
ସମ୍ମାନୀତ ଅତିଥି ଭାବେ ଟାଉନ୍ ଥାନା ଅଧିକାରୀ ବିଜୟ କୁମାର ଦାସ, କେଟି ମେରାଇନ୍ ର ପ୍ରତିଷ୍ଠାତା ହାଜି ମୋଇନୁଲ ଇସଲାମ, ସମାଜସେବୀ ଖାଇରୁନ ନିଶା, ଦେବାଶିଷ ପାଣି, କାଉନସିଲର ଶେଖ ଆୟୁବ, ସଲିମା ବିବି, ମେରାଜ ବାନୋ, ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ସେଖ ଆନସାର ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବାଲେଶ୍ୱର ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ରକ୍ତ ସଂଗ୍ରହ କାର୍ଯ୍ୟ ରେ ସକ୍ରିୟ ସହଯୋଗ କରିଥିଲେ। ଶିବିରରୁ ୭୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଆଇନଜୀବୀ ସାହିରୁଲ ହକ, ଇକବାଲ ଖାଁ, ଆଜିମ ବାଲେଶ୍ୱରୀ, ଇନ୍ତେଖାବ ଅଲ୍ଲୀ ଖାଁ, ଅବଦୁଲ ଇସ୍ରାଇଲ, ମହମ୍ମଦ ଫିରୋଜ ଖାଁ, ଏସଏମଜି ହମିଦ, ସେକ ସାଜିରୁଦ୍ଦିନ, ଶେଖ୍ ଅସଗର ଅଲ୍ଲୀ, ଶେଖ୍ ନିଜାମୁଦ୍ଦିନ୍, ସାହେବା ଅଖତର, ଉମର ଫାରୁକ ଓ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ।
What's Your Reaction?






