ଦେବଦୀପ ଫାଉଣ୍ଡେସନ ପକ୍ଷରୁ ନିଆରା ଢଙ୍ଗରେ ହୋଲି ପାଳିତ

ବାଲେଶ୍ଵର: ରଙ୍ଗ ର ପର୍ବ ହୋଲି ପାଳନ ପାଇଁ ବାଲେଶ୍ବର ସହର ଉତ୍ସବ ମୁଖର ହୋଇ ପଡ଼ିଥିବା ବେଳେ ସହରର ବିଭିନ୍ନ ଦିବ୍ୟାଙ୍ଗ ଓ ଦୃଷ୍ଟି ବାଧିତ ବିଦ୍ୟାଳୟର ଅନ୍ତେବାସୀ ଛାତ୍ରଛାତ୍ରୀ ମାନେ ନିଜ ପରିବାର ଠାରୁ ଦୂରରେ ରହିଛନ୍ତି। ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅଗ୍ରଣୀ ସାମାଜିକ ସଂଗଠନ ଦେବଦୀପ ଫାଉଣ୍ଡେସନ ପକ୍ଷରୁ କୁନି କୁନି ପିଲାମାନଙ୍କ ସହ ହୋଲି ଖେଳିବାର ନିଆରା ପ୍ରୟାସ କରାଯାଇଛି। ଗୁରୁବାର ଅପରାହ୍ନରେ ମିସନ କମ୍ପାଉଣ୍ଡ ସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟ ଏବଂ ରାଣୀ ପାଟଣା ସ୍ଥିତ ବ୍ଲାଇଣ୍ଡ ସ୍କୁଲର ପିଲାଙ୍କ ସହ ହୋଲି ଉତ୍ସବ ପାଳନ କରାଯାଇଥିଲା।
ସେହିପରି ଶୁକ୍ରବାର ପୂର୍ବାହ୍ନରେ ଉତ୍କଳ ବାଳାଶ୍ରମ ପରିସରରେ ଆୟୋଜିତ ହୋଲି ଉତ୍ସବରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ ଏବଂ ତାଙ୍କର ବହୁ ଶୁଭେଛୁ ଉପସ୍ଥିତ ରହି ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କ ସହ ରଙ୍ଗ ଅବିର ଖେଳିବା ସହ ମିଷ୍ଠାନ ବଣ୍ଟନ କରିଥିଲେ। ଅସହାୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏଭଳି ଆୟୋଜନ କୁ ଉଚ୍ଚ ପ୍ରଶଂସା କରିଥିଲେ ଶ୍ରୀମତୀ ସିଂହାର। ଫାଉଣ୍ଡେସନ ର ମୁଖ୍ୟ ରଶ୍ମିରେଖା ନାୟକ, ଧୀରେନ ନାୟକ ଙ୍କ କହିବା ମୁତାବକ ବିଗତ କିଛି ବର୍ଷ ହେଲା ଫାଉଣ୍ଡେସନ ପକ୍ଷରୁ ଏଭଳି ବିଦ୍ୟାଳୟ ଗୁଡ଼ିକର ଅନ୍ତେଃବାସୀ ମାନଙ୍କ ସହ ରଙ୍ଗର ପର୍ବ କୁ ଉପଭୋଗ କରିବା ଦ୍ୱାରା କୁନି କୁନି ପିଲାମାନଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରାଯାଇପାରୁଛି। ଯାହା ଦ୍ୱାରା ଫାଉଣ୍ଡେସନ ର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ମଧ୍ୟରେ ମାନସିକ ଶାନ୍ତି ସୃଷ୍ଟି କରୁଛି।
କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ରଞ୍ଜନ ବାଗ, ପୂର୍ବତନ ଉପାଧ୍ୟକ୍ଷ ମନୋଜ କୁମାର ରାଉତ, କାଉନସିଲର ମିନା ମହାନ୍ତି, ସନ୍ଧ୍ୟାରାଣୀ ଜେନା, ରାଜଲକ୍ଷ୍ମୀ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ରହିଥିଲେ।
What's Your Reaction?






